ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ପ୍ରୋଭିଜନାଲ ଜିଲ୍ଲା ସଭାପତି ଭାବେ ମୋହନ ନାୟକ ନିଯୁକ୍ତ।

ରାୟଗଡା: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାୟଗଡା ଜିଲ୍ଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନାତ୍ମକ ଘୋଷଣା କରାଯାଇଛି। ମୋହନ ନାୟକଙ୍କୁ ତତ୍କାଳ ପ୍ରଭାବରୁ ରାୟଗଡା ଜିଲ୍ଲାର ପ୍ରୋଭିଜନାଲ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ ଭାବେ ନିଯୁକ୍ତ କରାଯାଇଛି।

ଏହି ନିଯୁକ୍ତି ସମ୍ପର୍କରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, କୋ-ଇନଚାର୍ଜ ରିୟାନା ରାଜୁ ଏବଂ ଇନଚାର୍ଜ ମହେଶ ଦେଶମୁଖଙ୍କ ପକ୍ଷରୁ ଜାରି ହୋଇଥିବା ପତ୍ରରେ କୁହାଯାଇଛି ଯେ, ମୋହନ ନାୟକ ନୂତନ ଦାୟିତ୍ୱକୁ ସଫଳତାର ସହ ପାଳନ କରି ସଂଗଠନକୁ ଆହୁରି ସୁଦୃଢ କରିବେ।

ପତ୍ରରେ ଆହୁରି ଉଲ୍ଲେଖ ରହିଛି ଯେ, ଶ୍ରୀ ରାହୁଲ ଗାନ୍ଧୀଙ୍କ ଦୂରଦର୍ଶୀ ଓ ଗତିଶୀଳ ନେତୃତ୍ୱରେ ସଂଗଠନର ବିକାଶ ଏବଂ ଶକ୍ତିବୃଦ୍ଧି ପାଇଁ ସେ ନିଜକୁ ସମର୍ପିତ କରିବେ ବୋଲି ଆଶା ପ୍ରକାଶ କରାଯାଇଛି।ମୋହନ ନାୟକଙ୍କ ଏହି ନିଯୁକ୍ତି ପରେ ରାୟଗଡା ଜିଲ୍ଲାର ଯୁବ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଶାର ସଞ୍ଚାର ହୋଇଛି। ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ସଂଗଠନ ଆହୁରି ସକ୍ରିୟ ହେବ ବୋଲି ଦଳୀୟ କର୍ମୀମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!