
ରାୟଗଡ଼ା, ଏପ୍ରିଲ ୨୯ — ଆଜି ଦୁପୁର ୧୨ଟା ସମୟରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତି କରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ଏକ ୬ ଦଫା ଦାବିପତ୍ର ରାୟଗଡ଼ା ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।ଜିଲାପାଳଙ୍କ ଅନୁପସ୍ଥିତିରେ ଏହି ଦାବିପତ୍ରଟି ଅତିରିକ୍ତ ଜିଲ୍ଲପାଳ ନବୀନ ନାୟକଙ୍କୁ ଦିଆଯାଇଥିଲା।

ଏହି ଦାବିପତ୍ରରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବୀମା ଯୋଜନାର ସମ୍ପ୍ରସାରଣ, ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପ୍ରେସ୍ ଏକାଡେମୀ ଗଠନ ଏବଂ ଅନୁକମ୍ପା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଭଳି ମୁଖ୍ୟ ଦାବିଗୁଡ଼ିକ ସମ୍ମିଳିତ ରହିଛି।ଏହି ଅବସରରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ସୁରେଶ ଦାଶ, ଜିଲ୍ଲା ସମ୍ପାଦକ ବିଜୟ କୁମାର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ, ଶିବାଜୀ ଦାଶ, ନିରଞ୍ଜନ ପାଳ, ଧରଣୀଧର ପଟ୍ଟନାୟକ, ଇପିଲି ରମେଶ, ସୁରେଶ ନାୟକ, ଦେବୀ ମହାନ୍ତି ଓ ଗୋପୀ ଗୌଡ଼ ସହିତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ସାମ୍ବାଦିକମାନଙ୍କ ହିତରେ ଏହି ସମସ୍ତ ଦାବିକୁ ସରକାର ଶୀଘ୍ର ଲାଗୁ କରିବେ ବୋଲି ସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
