
କୋଲନରା/ରାୟଗଡ଼ା, ୦୮/୦୯/୨୦୨୫ –ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି କୋଲନରା ବ୍ଲକ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମୂଲ୍ୟ କୁମାର ଧର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭି. ସରୋଜିନୀ ଦେବୀ ସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।ଶିବିରରେ ମୋଟ ୬୬ଟି ଅଭିଯୋଗ ରେଜିଷ୍ଟ୍ରି ହୋଇଥିଲା । ସେଥିରୁ ୪୨ଟି ବ୍ୟକ୍ତିଗତ, ୨୧ଟି ସାମୁହିକ ଏବଂ ୦୩ଟି ଚିକିତ୍ସା ସମ୍ବଳିତ ଦରଖାସ୍ତ ଥିଲା । ଏହି ସମୟରେ ରେଡକ୍ରସ ପାଣ୍ଠିରୁ ୦୩ ଜଣକୁ ମୋଟ ୪୦,୦୦୦ ଟଙ୍କାର ଆର୍ଥିକ ସହାୟତା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଗଲା ଜିଲ୍ଲାପାଳ ସମସ୍ତ ଅଭିଯୋଗ ଗ୍ରହଣ କରି, ସମ୍ପୃକ୍ତ ଅଧିକାରୀଙ୍କୁ ତଦନ୍ତ ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୌରହରି ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଯୋଗାଣ ଅଧିକାରୀ ଦଶରଥୀ ସୋରେନ ଓ ଲିଡ଼ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀ ଯୋଗଦେଇଥିଲେ ।ଶିବିରଟିର ସୁଚାରୁ ପରିଚାଳନା କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିନା ପ୍ରଧାନ କରିଥିଲେ ।
