ସ୍ୱର୍ଗତ ହରିଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଜୟନ୍ତୀରେ ଜେକେ କାଗଜ କଳର ରକ୍ତଦାନ ଶିବିର, ସଂଗୃହୀତ ହେଲା ୧୬୬ ୟୁନିଟ୍ ରକ୍ତ।

ରାୟଗଡା: ଜେକେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରିଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଜୟନ୍ତୀ ଅବସରରେ ରାୟଗଡା ରକ୍ତ ଭଣ୍ଡାରର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ବିନୟ ଦ୍ୱିବେଦୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଶିବିରରେ କାଗଜ କଳର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ। ଏହି ଅବସରରେ ମୋଟ ୧୬୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଉଦଘାଟନ ସମାରୋହରେ ବିଶ୍ୱଜିତ ଦ୍ୱିବେଦୀ, ଉପସଭାପତି (ବାଣିଜ୍ୟ), ସନ୍ଦୀପ ପାଣ୍ଡେ, ମହାପ୍ରବନ୍ଧକ (ମାନବ ସମ୍ବଳ ବିକାଶ), ଜେକେ ଡିସ୍ପେନ୍ସାରୀର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କେ.ଭି.ଆର୍. ରାଓ ଏବଂ ଡା. କେ. ଶ୍ରୀକାନ୍ତ ଉପସ୍ଥିତ ଥିଲେ।

ରାୟଗଡା ରକ୍ତ ଭଣ୍ଡାର ପକ୍ଷରୁ ଡା. ସୁଦୀପ୍ତ କୁମାର ରାମ, ଡା. କେ. ନବୀନ, ଉମାକାନ୍ତ ମିଶ୍ର, ଜଗନ୍ ରାଜ୍ ପଟ୍ଟନାୟକ ଓ ଉଷାରାଣୀ ବେହୁରିଆ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ।ଜେକେ କାଗଜ କଳର ଜନକଲ୍ୟାଣ ବିଭାଗର ଉପମହାପ୍ରବନ୍ଧକ ରଞ୍ଜିତ କୁମାର ଦାସ, ସହ ପ୍ରବନ୍ଧକ ଶିବପ୍ରସାଦ ରଥ ଏବଂ ସିନିୟର ଅଫିସର ଶିବଙ୍କର ପଣ୍ଡା ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିଲେ। ଏହି ରକ୍ତଦାନ ଶିବିର ସମାଜ ସେବା ଓ ମାନବିକତାର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ପରିଗଣିତ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!