ଶିକ୍ଷାଳୟରେ ଶିଶୁ ଶ୍ରମ! ମୁଖ୍ୟଶିକ୍ଷକଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀଙ୍କୁ କରାଯାଉଛି କାମ।

ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡାଇଁଲେଡ଼ିରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ସ୍ଥାନୀୟ ଅଭିଭାବକମାନଙ୍କ ଅଭିଯୋଗ ଆଧାରରେ ବିଦ୍ୟାଳୟକୁ ଯାଇ ଦେଖାଗଲା ଯେ, ଛୋଟ ଛୋଟ ଶିଶୁମାନେ ଗ୍ରାଉଣ୍ଡ ଫ୍ଲୋରରୁ ପ୍ରଥମ ତଳକୁ ମେଟ୍ରେସ୍ ବୋହି ନେଉଛନ୍ତି।

ପଚାରା ପରେ ଛାତ୍ରଛାତ୍ରୀମାନେ କହିଥିଲେ ଯେ, ଏହା ମୁଖ୍ୟଶିକ୍ଷକଙ୍କ ନିର୍ଦ୍ଦେଶରେ କରାଯାଉଛି। ଏହା ସହିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ବିଦ୍ୟାଳୟରେ ଡେ ସ୍କୁଲ୍ ବ୍ୟବସ୍ଥା ଚାଲିଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପଢ଼ାଶୁଣା ସମୟ ଥିବା ବେଳେ, ସକାଳ ୧୦ଟା ୧୮ରେ ଏହି ଘଟଣା ଘଟୁଥିବା ଜିପିଏସ୍ କ୍ୟାମେରାରେ ଧରାପଡ଼ିଛି।ଏହି ଘଟଣା ପ୍ରମାଣ କରୁଛି ଯେ, ଶିକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାରୁ ବଞ୍ଚି ମୁଖ୍ୟଶିକ୍ଷକ ତାଙ୍କୁ କାମ କରାଉଛନ୍ତି। ଏହା ଶିଶୁ ଅଧିକାର ଉଲ୍ଲଂଘନ ସହିତ ଶିକ୍ଷା ପ୍ରଣାଳୀ ପ୍ରତି ଏକ ଗଭୀର ପ୍ରଶ୍ନ ଉଠାଉଛି।ଏହାକୁ ନେଇ ସ୍ଥାନୀୟ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ତୁରନ୍ତ ଶିକ୍ଷା ବିଭାଗକୁ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି—ଶିକ୍ଷାଳୟରେ ଶିକ୍ଷାର ବଦଳରେ କାମ କାହିଁକି? ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଅଧିକାର କେଉଁଠି? ଏହି ଘଟଣା ଉପରେ ଶିକ୍ଷା ବିଭାଗ କେବେ କାର୍ଯ୍ୟନୁଷ୍ଠାନ ନେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!