ଚୋରି କାଣ୍ଡର ପର୍ଦାଫାଶ – ୪୩୦ ଗ୍ରାମ ସୁନା ଓ ୮୨୦ ଗ୍ରାମ ରୂପା ଜବତ, ଜଣେ ଗିରଫ।

ରାୟଗଡା ଜିଲ୍ଲାର ବିସମକଟକ ଥାନା ଅଞ୍ଚଳରେ ଘଟିଥିବା ଚୋରି ଘଟଣାର ପର୍ଦାଫାଶ କରିଛି ପୋଲିସ। ବିସମକଟକ ଥାନା କେସ୍ ନମ୍ବର ୫୫/୨୬ ତାରିଖ ୧୫.୦୪.୨୦୨୬ ଅନୁଯାୟୀ ରଜୁ ହୋଇଥିବା ଏହି ମାମଲାରେ ପୋଲିସ ମେଟିକ୍ୟୁଲସ୍ ତଦନ୍ତ କରି ଚୋରି ହୋଇଥିବା ସମସ୍ତ ଗହଣା ଉଦ୍ଧାର କରିଛି।ଜବତ ସାମଗ୍ରୀ ମଧ୍ୟରେ ରହିଛି ମୋଟ ୪୩୦.୮୭ ଗ୍ରାମ ଗଳିତ ସୁନା ଏବଂ ୮୨୦ ଗ୍ରାମ ରୂପା। ଏହି ସମସ୍ତ ଚୋରା ସମ୍ପତ୍ତି ବୋଲାଙ୍ଗିର ଜିଲ୍ଲାର ମୁରିବାହାଲ ଥାନା ଅଧୀନ ଭୋଇପଡା ଗ୍ରାମର ବସନ୍ତ ସାରାଫଙ୍କ ଘରୁ ଉଦ୍ଧାର କରାଯାଇଛି, ଯିଏ ଏହି ଚୋରା ସମ୍ପତ୍ତିର ରିସିଭର ବୋଲି ପୋଲିସ କହିଛି।ଏହି ଘଟଣାରେ ଜଡିତ ଅଭିଯୁକ୍ତ ଅଖିଲ ମହାରଣାଙ୍କୁ ପୋଲିସ ଗିରଫ କରି ଆଦାଲତକୁ ପଠାଇଛି। ଅନ୍ୟ ଅଭିଯୁକ୍ତମାନେ ଚିହ୍ନଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି ଓ ସେମାନଙ୍କୁ ଧରିବା ପାଇଁ ପୋଲିସ ତତ୍ପରତା ସହ କାର୍ଯ୍ୟ କରୁଛି।ଘଟଣା ସମ୍ପର୍କରେ ଜଣାପଡ଼ିଛି ଯେ, ଗତ ୧୪ ଓ ୧୫ ଏପ୍ରିଲ୍ ମଧ୍ୟରାତ୍ରୀରେ ବିସମକଟକର ବ୍ଲକ କଲୋନୀର ବାସିନ୍ଦା ଝରଣା ତ୍ରିପାଠୀ ନିଜ ଘରକୁ ଫେରିଥିବା ବେଳେ ଦେଖିଥିଲେ ଘରର ଦ୍ୱାର ଭାଙ୍ଗି ଦିଆଯାଇଛି ଓ ଗୋଡ୍ରେଜ୍ ଭାଙ୍ଗି ସୁନା-ରୂପା ଗହଣା ଚୋରି ହୋଇଛି। ପରେ ସେ ଥାନାରେ ଅଭିଯୋଗ କରିଥିଲେ।ପୋଲିସର ତତ୍ପର ତଦନ୍ତ ଫଳରେ ଏହି ଚୋରି କାଣ୍ଡର ପର୍ଦାଫାଶ ହୋଇଥିବା ସହିତ ସମସ୍ତ ଚୋରା ସମ୍ପତ୍ତି ଉଦ୍ଧାର ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!