ଓଡ଼ିଶା ବିଧାନସଭା ସିଟ୍ ୧୪୭ରୁ ୨୦୦ ହେବାର ସମ୍ଭାବନା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ସଙ୍କେତ।

ନମସ୍କାର, ଆପଣମାନେ ଦେଖୁଛନ୍ତି ମା ଟିଭି ଓଡ଼ିଆ ଖବର।ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ରୁ ବୃଦ୍ଧି ପାଇ ୨୦୦ ହୋଇପାରେ। ଏନେଇ ବଡ଼ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଓଡ଼ିଶାରେ ନୂଆ ବିଧାନସଭା ଭବନ ଏବଂ ନୂଆ ଲୋକସେବା ଭବନ ନିର୍ମାଣ କରାଯାଉଛି। ଏହି ନୂଆ ବିଧାନସଭା ଭବନ ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ତିଆରି ହେବ। ନୂଆ ଭବନରେ ପ୍ରାୟ ୩ ଶହ ସଦସ୍ୟ ବସିପାରିବା ଭଳି ବ୍ୟବସ୍ଥା ରହିବ।ନୂଆ ବିଧାନସଭା ଭବନର ଏହି କ୍ଷମତାକୁ ଦେଖି, ବିଧାନସଭା ସିଟ୍ ସଂଖ୍ୟା ବଢ଼ିପାରେ ବୋଲି ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ସେହି ଚର୍ଚ୍ଚା ଆହୁରି ତେଜ ହୋଇଛି।ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ସୀମା ପୁନଃନିର୍ଦ୍ଧାରଣ ହେଲେ ଓଡ଼ିଶା ବିଧାନସଭାର ସିଟ୍ ସଂଖ୍ୟା ବୃଦ୍ଧି ପାଇପାରେ। ଏହା ରାଜ୍ୟର ଲୋକସଂଖ୍ୟା ଏବଂ ପ୍ରଶାସନିକ ଆବଶ୍ୟକତାକୁ ଧ୍ୟାନରେ ରଖି ନିଆଯିବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।ଏବେ ସମସ୍ତଙ୍କ ନଜର ରହିଛି, ଏହି ପ୍ରସ୍ତାବ କେବେ ଏବଂ କିପରି ରୂପ ନେଉଛି। ମା ଟିଭି ଓଡ଼ିଆ ରହିବ ଏହି ଖବର ଉପରେ ସବୁଠାରୁ ପ୍ରଥମେ ଅପଡେଟ୍ ସହ।

Leave a Reply

Your email address will not be published. Required fields are marked *

error: Content is protected !!