ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତରେ ୩୬,୩୧୭ ମାମଲାର ଫଇସଲା, ପ୍ରାୟ ୫୦ ଲକ୍ଷ ଟଙ୍କାର ସେଟେଲମେଣ୍ଟ।

ରାୟଗଡା, ୧୩ ସେପ୍ଟେମ୍ବର –ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡାର ତତ୍ତ୍ୱାବଧାନରେ ଆଜି ରାୟଗଡା ସିଭିଲ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି ଲୋକଅଦାଲତରେ ଜିଲ୍ଲା ଅଦାଲତ ସହିତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତରେ ଦୀର୍ଘଦିନ ଧରି ପଡିରହିଥିବା ୨୭୮ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟଙ୍କା ୪୩,୩୧,୯୭୧ ର ସେଟେଲମେଣ୍ଟ କରାଯାଇଛି । ସେହିପରି ୩୬,୦୩୦ ଟି ରାଜସ୍ୱ ସମ୍ବନ୍ଧିତ ମାମଲାର ସମାଧାନ ହୋଇଛି । ଏହାସହିତ ୯ ଟି ପ୍ରିଲିଟିଗେସନ ମାମଲାରେ ଟଙ୍କା ୬,୦୮,୦୦୦ ସେଟେଲମେଣ୍ଟ ହୋଇଛି ।ଏହିପରି ମୋଟ ୩୬,୩୧୭ ଟି ମାମଲାରେ ଫଇସଲା ହୋଇ, ପ୍ରାୟ ଟଙ୍କା ୪୯,୩୯,୯୭୧ ଆଦାୟ କରାଯାଇଛି ।ଲୋକଅଦାଲତଟିକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା ଓ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ ।

ଏହି ଲୋକଅଦାଲତରେ ପରିବାର କୋର୍ଟର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଅଳ୍ପନା ସ୍ୱାଇଁ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାଏକ, ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ୍, ଉପଖଣ୍ଡୀୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ଗ୍ରାମ ନ୍ୟାୟଧିକାରୀ ଏସ୍.ଆର. ତୋସାଲି, ତଥା ଆଇନଜୀବିମାନେ ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା, ନବ କୁମାର କାଣ୍ଟା, ସୁରେନ୍ଦ୍ର କୁମାର ଶର୍ମା, ମଙ୍ଗଳମୂର୍ତ୍ତି ବେଉରିଆ, ଦେବରାଜ ନାଏକ, ଭାରତୀ ତ୍ରିପାଠୀ ଓ ରାଜେଶ ପାଢି ଆଦି ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।ଏହି ଲୋକଅଦାଲତକୁ ସଫଳ କରିବାରେ ଯୋଗଦାନ କରିଥିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଆଚାର୍ଯ୍ୟ ଜନସାଧାରଣ, ଆଇନଜୀବୀ, ରାଜସ୍ୱ ବିଭାଗ, ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!