ରାୟଗଡ଼ା ଜିଲ୍ଲାରେ ଅବୈଧ ଗାଞ୍ଜିଆ ଚାଷ ଅଞ୍ଚଳକୁ କରାଗଲା ଫଳଚାଷରେ ପରିଣତ।

ରାୟଗଡ଼ା: ସୁରୁଳୁ ଜଙ୍ଗଳ, ଯାହା ପୂର୍ବରୁ ଅବୈଧ ଗାଞ୍ଜିଆ ଚାଷ ପାଇଁ କୁଖ୍ୟାତ ଥିଲା, ସେହି ଅଞ୍ଚଳରେ ଏବେ ପ୍ରଶାସନ ପକ୍ଷରୁ ନୂଆ ଆଦର୍ଶ ପଦକ୍ଷେପ ଗ୍ରହଣ କରାଯାଇଛି । ଚନ୍ଦ୍ରପୁର ଥାନା କର୍ମଚାରୀବୃନ୍ଦ, ଚନ୍ଦ୍ରପୁର ବ୍ଲକ ବିକାଶ ଅଧିକାରୀ (BDO), ଉଦ୍ୟାନ, କୃଷି ଏବଂ ବନ ବିଭାଗର ଅଧିକାରୀମାନଙ୍କ ସମ୍ମିଳିତ ପ୍ରୟାସରେ ଏହି ଅଞ୍ଚଳରେ ଆମ୍ବ ଏବଂ ପଣସ ଗଛର ରୋପଣ କରାଯାଇଛି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି – “ଗାଞ୍ଜିଆ ଚାଷ କେବେବି ସହିତିବା ଯାଇନି” । ଲୋକମାନଙ୍କୁ ଏହିପରି ଅବୈଧ କାର୍ଯ୍ୟରୁ ଦୂରେଇ ସୁସ୍ଥ ସମାଜ ଗଠନରେ ସହଭାଗୀ ହେବାକୁ ଆହ୍ୱାନ ଜଣାଯାଇଛି ।ଅଧିକାରୀମାନଙ୍କ କହିବା ଅନୁସାରେ, ଗାଞ୍ଜିଆ ଚାଷରେ ସ୍ଥାନୀୟ ଲୋକମାନେ ସମୟୀନାଥିବା ଲାଭ ଅବଶ୍ୟ କରୁଥିବେ, କିନ୍ତୁ ଏହାର ପରିଣାମ ସମାଜ ପାଇଁ ମାରାତ୍ମକ । ତେଣୁ, ପ୍ରକୃତିକୁ ସୁରକ୍ଷା କରିବା ସହିତ ସହିତ, ଲୋକଙ୍କ ଜୀବିକାରେ ସାହାଯ୍ୟକାରୀ ହେବାପାଇଁ ଫଳଚାଷକୁ ପ୍ରୋତ୍ସାହିତ କରାଯାଉଛି ।

ସ୍ଥାନୀୟ ଲୋକଙ୍କୁ ମଧ୍ୟ ଏହି ଉଦ୍ୟମରେ ଜଡିତ ହେବାକୁ ପ୍ରଶାସନ ପକ୍ଷରୁ ଉତ୍ସାହିତ କରାଯାଇଛି । “AIM ZERO” ଅଭିଯାନର ଅଂଶ ଭାବରେ, ଏହି ପଦକ୍ଷେପ ଅବୈଧ ଚାଷକୁ ସମୂଳେ ଦୂର କରି, ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ସୃଷ୍ଟିରେ ଦୃଷ୍ଟାନ୍ତ ସାଜିବ ବୋଲି ଆଶା କରାଯାଉଛି ।👉 ପ୍ରଶାସନର ଏହି ପଦକ୍ଷେପରେ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ଓ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସାଧୁବାଦ ଜଣାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!