ରାୟଗଡା ରେଳ ଷ୍ଟେସନରେ ଗଞ୍ଜେଇ ଚାଲାଣକାରୀଙ୍କୁ ଅବକାରୀ ଓ ରେଳବାଇ ପୋଲିସ ଗିରଫ।

ରାୟଗଡା: ଆଜି ରାୟଗଡା ରେଳ ଷ୍ଟେସନ ଅଞ୍ଚଳରେ ଅବକାରୀ ବିଭାଗ ଓ ରେଳବାଇ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ 23 କିଲୋଗ୍ରାମ ଗଞ୍ଜେଇ ସହିତ ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ହେବାକୁ ଅନୁମାନ।

ସୂଚନା ଅନୁଯାଇ ଆଜି ରାୟଗଡା ରେଳ ଷ୍ଟେସନରୁ ଟ୍ରେନ ଯୋଗେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଚେଷ୍ଟା କରୁଥିବା ସମୟରେ ଅବକାରୀ ପୋଲିସଙ୍କ ଯାଞ୍ଚ ବେଳେ ସେମାନେ ଧରା ପଡ଼ିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ — ନିବେଦିତା ସେଠି ଓ ସୁଭସ୍ମିତା ଦେଉରୀ, ଯିଏମାନେ କନ୍ଧମାଳ ଜିଲ୍ଲାର ଚକାପଦ ଅଞ୍ଚଳରୁ ଆସିଥିବା କୁହାଯାଉଛି।

ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।ଏହି ଚଢ଼ାଉ ବେଳେ ଅବକାରୀ ପୋଲିସ ସଞ୍ଜୟ ପ୍ରଧାନ, କମ୍ବୁପାଣି ସିନ୍ଦୁର, ପଙ୍କଜ ନାୟକ ସହିତ ରେଳବାଇ ପୋଲିସ ସୁରକ୍ଷା ବଳ (ଆରପିଏଫ)ର ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!