ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରାୟଗଡ଼ା ପୌର ପରିଷଦର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ରାୟଗଡ଼ା: ପ୍ରତିବର୍ଷର ପରମ୍ପରାକୁ ଅଗ୍ରସର କରି, ଚଳିତ ବର୍ଷ ମଧ୍ୟ “ସ୍ୱାୟତ୍ତ ଶାସନ ଦିବସ – ୨୦୨୫” କୁ ଆଡମ୍ବରରେ ପାଳନ କରାଯାଇଛି । ଏହା ଅନୁସାରେ, ୨୦ ଅଗଷ୍ଟ ୨୦୨୫ ତାରିଖ ସକାଳ ୮ଟାରେ ରାୟଗଡ଼ା ପୌରପରିଷଦ ତରଫରୁ ଅଣ୍ଟାରିଗୁଡା ସ୍ଥିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା Smt ସୁବ୍ରା ପଣ୍ଡା ଏବଂ ପୌରପରିଷଦର ସମସ୍ତ ପରିଷଦ ବର୍ଗ ଓ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ ।

ସମସ୍ତଙ୍କ ସମିଳିତ ପ୍ରୟାସରେ ପରିବେଶ ସୁରକ୍ଷା, ସୁନ୍ଦର ଓ ସବୁଜ ସହର ଗଠନ ପାଇଁ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!