

କେଦାରନାଥ ଯାତ୍ରା ରୁଟ୍ରେ ଆଜି ଗମ୍ଭୀର ଦୁର୍ଘଟନା ଘଟିଛି। ରୁଦ୍ରପ୍ରୟାଗ ନିକଟରେ ଏକ ହେଲିକପ୍ଟର ବିପର୍ୟସ୍ତ ହୋଇ ଦୁର୍ଘଟିତ ହୋଇଛି। ଆଶଙ୍କା କରାଯାଉଛି ଯେ ଖରାପ ପାଣିପାଗ ଏହି ଦୁର୍ଘଟନାର ପ୍ରଧାନ କାରଣ ହୋଇପାରେ। ହେଲିକପ୍ଟରରେ ୫ ରୁ ୭ ଜଣ ଯାତ୍ରୀ ଥିବାର ସୂଚନା ମିଳିଛି।

ଏହି ଦୁର୍ଘଟନାରେ କେତେ ଲୋକ ଆହତ କିମ୍ବା ମୃତ୍ୟୁବରଣ କରିଛନ୍ତି, ସେଥିପାଇଁ ସ୍ଥାନୀୟ ପ୍ରଶାସନ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ଏହି ଘଟଣା ପୂର୍ବରୁ କେବଳ ୩ ଦିନ ତଳେ ଗୁଜରାଟର ଆହମଦାବାଦରେ ଏକ ବିମାନ ଦୁର୍ଘଟନା ଘଟିଥିଲା। ଏବେ ପୁଣି ହେଲିକପ୍ଟର ଦୁର୍ଘଟନା – ଏହା ଏକ ଯୋଗସୂତ୍ର ନକି ଏକ ବୃହତ୍ତର ଷଡଯନ୍ତ୍ରଣା?ଜନମାନସ ମଧ୍ୟରେ ଉଠିଛି ପ୍ରଶ୍ନ: ଏକା ପରେ ଏକ ଏଭଳି ଦୁର୍ଘଟନା କାହିଁକି ଘଟୁଛି? ଏହି ଘଟଣାମାନେ କୌଣସି ଯାନ୍ତ୍ରିକ ତ୍ରୁଟି ନା ଆଉ କୌଣସି ଦୁଷ୍ଟ ଶକ୍ତିର ପ୍ରଭାବ?ସରକାର ଓ ସୁରକ୍ଷା ଏଜେନ୍ସୀମାନେ ଏହି ଘଟଣାର ଗଭୀର ତଦନ୍ତ ଆରମ୍ଭ କରିଛନ୍ତି। ଲୋକଙ୍କ ମଧ୍ୟରେ ଭୟ ଓ ଅନିଶ୍ଚୟ ବିକାଶ ପାଉଛି।
