ରାୟଗଡାରେ ସଂସ୍କୃତ ଶିକ୍ଷକଙ୍କ ଆତ୍ମହତ୍ୟା, ରେଲ ଲାଇନ୍ ପାଖରେ ମିଳିଲା ସୁଇସାଇଡ୍ ନୋଟ୍।

ରାୟଗଡା ୨୩/୦୨: ରାୟଗଡା ସହରରେ ଏକ ଦୁଃଖଦ ଘଟଣା ଘଟିଛି। ପଞ୍ଚାନନ ଚୌଧୁରୀ (ବୟସ୍ ପ୍ରାୟ ୫୫ ବର୍ଷ), ଯିଏ କି ଜେମାଦେଇଏପେଣ୍ଟ ଅଞ୍ଚଳର କଳିଙ୍ଗା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ, ସେ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି।ସୂଚନା ଅନୁସାରେ, ପ୍ରତିଦିନର ଭଳି ଆଜି ସକାଳେ ସେ ଘରୁ ବାହାରି ସ୍କୁଲକୁ ଯାଇଥିଲେ ଏବଂ ସ୍କୁଲ ପ୍ରାଙ୍ଗଣରେ ନିଜ ବାଇକ୍ ରଖିଥିଲେ। ତା’ପରେ ସେ ନିକଟସ୍ଥ ରେଲୱେ ଲେଭେଲ କ୍ରସିଂ ନିକଟକୁ ଯାଇଥିବା କୁହାଯାଉଛି। ସେଠାରେ ରେଲ ଲାଇନ୍ ପାଖରେ ଏକ ସୁଇସାଇଡ୍ ନୋଟ୍ ରଖି, ତା’ପରେ ଏକ ଛୋଟ ପଥର ଓ ନିଜର ପଢ଼ା ଚସ୍ମା ରଖିଥିବା ଦେଖାଯାଇଛି। ପରେ ସେ ଚାଲୁଥିବା ଟ୍ରେନ୍ ଆଗରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ଏବଂ ସୁଇସାଇଡ୍ ନୋଟ୍ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ପୁଲିସ ଏହାର ସବିଶେଷ ତଦନ୍ତ କରୁଛି।ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏହି ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!