
ରାୟଗଡ଼ା: ବିଜୁ ଜନତା ଦଳ ପକ୍ଷରୁ ରାୟଗଡ଼ା ସଂଗଠନାତ୍ମକ ଜିଲ୍ଲା ପାଇଁ ନୂତନ ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ହୋଇଛି। ପୂର୍ବତନ ସମସ୍ତ ଆଦେଶକୁ ବତିଲ କରି ଶ୍ରୀ ପି. ଗୌରୀ ଶଙ୍କରଙ୍କୁ ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହି ଆଦେଶ ତୁରନ୍ତ ପ୍ରଭାବୀ ହେବ ବୋଲି ବିଜେଡି କାର୍ଯ୍ୟାଳୟ ଆଦେଶରେ ଉଲ୍ଲେଖ ରହିଛି। ବିଜେଡି ଅଧ୍ୟକ୍ଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଏହି ନିଯୁକ୍ତି କରାଯାଇଛି।ଦଳୀୟ କର୍ମୀମାନେ ଏହି ନିଯୁକ୍ତିକୁ ସ୍ୱାଗତ କରି ଶ୍ରୀ ଗୌରୀ ଶଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାର ଫଳରେ ରାୟଗଡ଼ାରେ ବିଜେଡି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି।
