
ରାୟଗଡ଼ା : ରାୟଗଡ଼ା ସହର ଯେଦ୍ଦୁ ଷ୍ଟ୍ରିଟ୍ର ବାସିନ୍ଦା, ବର୍ଣ୍ଣଲ୍ଲା ୱେଙ୍କଟେଶ୍ୱରଙ୍କ ପୁଅ ବର୍ଣ୍ଣଲ୍ଲା ଧର୍ମରାଜୁଙ୍କୁ ଜାତୀୟ ଛାତ୍ର ସଂଘ (ଏନଏସଯୁଆଇ) ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଚିବ ଭାବେ ଚୟନ କରାଯାଇଛି।ରାୟଗଡ଼ା ଜିଲ୍ଲାରୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଥିବାରୁ ଧର୍ମରାଜୁଙ୍କୁ ଜିଲ୍ଲା ସହର ସହିତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଦେଖାଯାଇଛି। ଛାତ୍ର ହିତ, ଶିକ୍ଷା ସମସ୍ୟା ଓ ଯୁବମାନଙ୍କ ଅଧିକାର ପାଇଁ ସେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିବାରୁ ଏହି ଚୟନ ହୋଇଥିବା କୁହାଯାଉଛି।ତାଙ୍କ ନିଯୁକ୍ତି ପରେ ଜିଲ୍ଲାର କଂଗ୍ରେସ କର୍ମୀ, ଛାତ୍ରନେତା ଓ ସମର୍ଥକମାନେ ଧର୍ମରାଜୁଙ୍କୁ ଅଭିନନ୍ଦନ ଜଣାଇ ଶୁଭେଚ୍ଛା ପ୍ରକାଶ କରିଛନ୍ତି।
