ବିଷମକଟକରେ କଂଗ୍ରେସର ମହା ମିଶ୍ରଣ ପର୍ବ, ହଜାର ହଜାର କର୍ମୀଙ୍କ ଯୋଗଦାନ।

ବିଷମକଟକ, ରାୟଗଡ଼ା —ବିଷମକଟକ ବିଧାନସଭା ମଣ୍ଡଳ ଅନ୍ତର୍ଗତ କୋରାପୁଟ ଜିଲ୍ଲାର ବିଷମକଟକ ଠାରେ ଆଜି କଂଗ୍ରେସ ଦଳର ମହା ମିଶ୍ରଣ ପର୍ବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ହଜାର ହଜାର ଲୋକ ଭାରତୀୟ ଜାତୀୟ କଂଗ୍ରେସ–ଓଡ଼ିଶାରେ ସାମିଲ ହୋଇଛନ୍ତି।ମହା ମିଶ୍ରଣ କାର୍ଯ୍ୟକ୍ରମଟି ମାନ୍ୟନୀୟ ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକା, ରାୟଗଡା ଜିଲ୍ଲା ରଡିସିସି ଅଧ୍ୟକ୍ଷ ଶ୍ରୀ ଆପଲସ୍ୱାମୀ କାଡ୍ରାକା ଓ ଶ୍ରୀ ଦୁର୍ଗା ପାଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ବିଭିନ୍ନ ଦଳ ଓ ସଂଗଠନରୁ ଆସିଥିବା ଲୋକମାନେ କଂଗ୍ରେସ ଦଳର ନୀତି, ଆଦର୍ଶ ଓ ଲୋକହିତକାରୀ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ଦଳରେ ଯୋଗଦାନ କରିଥିବା କହିଛନ୍ତି।

ଏହି ଅବସରରେ ନେତାମାନେ କହିଛନ୍ତି ଯେ କଂଗ୍ରେସ ସଦା ଗରିବ, ଶୋଷିତ, ବଞ୍ଚିତ ଓ ଆଦିବାସୀ ଲୋକଙ୍କ ସ୍ୱର ହୋଇ ଆସୁଛି। ଆସନ୍ତା ଦିନରେ ଓଡ଼ିଶାରେ କଂଗ୍ରେସକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ଆହ୍ୱାନ ଦିଆଗଲା।

ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଉପସ୍ଥିତି ଏହି ମହା ମିଶ୍ରଣ ପର୍ବକୁ ଏକ ଐତିହାସିକ ଆକାର ଦେଇଥିବା ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!