
ରାୟଗଡା : କାର୍ଯ୍ୟସ୍ଥଳ ସୁରକ୍ଷା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜୟକେପୁର ସ୍ଥିତ ଜେକେ ପେପର୍ ମିଲ୍ସକୁ “ଦ୍ୱିତୀୟ ବାର୍ଷିକ ଗ୍ରୀନ୍ ଏନଭାଇରୋ ସେଫ୍ଟି ଏକ୍ସେଲେନ୍ସ ଆୱାର୍ଡ–୨୦୨୬”ର ପ୍ଲାଟିନମ୍ ଶ୍ରେଣୀ ପୁରସ୍କାରରେ ସମ୍ମାନିତ କରାଯାଇଛି।ଗ୍ରୀନ୍ ଏନଭାଇରୋ ଫାଉଣ୍ଡେସନ୍, ନୂଆଦିଲ୍ଲୀ ପକ୍ଷରୁ ପେପର୍ ସେକ୍ଟରରେ ଜେକେ ପେପର୍ ମିଲ୍ସର ଉତ୍କୃଷ୍ଟ ସେବା ଓ ସୁରକ୍ଷାମୂଳକ ପଦକ୍ଷେପକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି।ଗୋଆରେ ୧୨ ଜାନୁଆରୀ ୨୦୨୬ ତାରିଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ, ଭାରତ ସରକାରଙ୍କ ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରଣାଳୟର ମାନନୀୟ ରାଜ୍ୟମନ୍ତ୍ରୀ ଶ୍ରୀ ଶ୍ରୀପାଦ ଯେସୋ ନାଏକ ଜେକେ ପେପର୍ ମିଲ୍ସର ମହାପ୍ରବନ୍ଧକ (EHS) ଶ୍ରୀ ସତ୍ୟଜିତ ମହାନ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।ଏହି ସଫଳତା ପଛରେ ସମସ୍ତ କର୍ମଚାରୀଙ୍କ ନିଷ୍ଠା, ପରିଶ୍ରମ ଓ ପ୍ରତିବଦ୍ଧତା ମୁଖ୍ୟ କାରଣ ବୋଲି କମ୍ପାନୀ ପକ୍ଷରୁ ଉଲ୍ଲେଖ କରାଯାଇଛି। ଏହି ଅବସରରେ କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ଶ୍ରୀ ବିନୟ ଦ୍ୱିବେଦୀ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
