କଲେଜ୍ ଯାଉଥିବା ଦୁଇ ଛାତ୍ରଙ୍କ ମୃତ୍ୟୁ — ଗୁଡାରି-କୋଲନାରା ରୋଡ୍‌ରେ ଦୁଃଖଦ ସଡ଼କ ଦୁର୍ଘଟଣା

ଗୁରୁବାର ସକାଳେ ରାୟଗଡା ଜିଲ୍ଲାରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ କମ୍ ସେ କମ୍ ଦୁଇ ଛାତ୍ର ଜୀବନ ହରାଇଛନ୍ତି।ସୂଚନା ଅନୁସାରେ, ଗୁଡାରିରୁ କୋଲନାରା ମାର୍ଗରେ ଏହି ଦୁର୍ଘଟଣା ଘଟିଥିଲା। ଦୁଇ ଛାତ୍ର ବାଇକ୍‌ରେ କଲେଜ୍‌କୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବସ୍‌ ସହିତ ସିଧାସଳଖ ଧକ୍କ ଲାଗିଥିଲା। ଧକ୍କର ପରିଣତି ଏତେ ଭୟଙ୍କର ଥିଲା ଯେ ସେମାନେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।ମୃତ ଛାତ୍ର ଦୁଜଣଙ୍କ ଠିକଣା ସ୍ପଷ୍ଟ ହୋଇନାହିଁ। ସେମାନେ ରାୟଗଡାର ଗୁଡାରୁ ବାହାରି କୋଲନାରାର ବାଡିଶୋଳା କଲେଜ୍‌ରେ ପରୀକ୍ଷା ଦେବାକୁ ଯାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କଲେଜ୍ ପହଞ୍ଚିବା ପୂର୍ବରୁ ମଧ୍ୟ ରାସ୍ତାରେ ଜୀବନ ହରାଇଦେଲେ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ବିସ୍ତାରିତ ହୋଇଛି। ପରୀକ୍ଷାକୁ ଯାଉଥିବା ସମୟରେ ଦୁଇ ଯୁବ ଛାତ୍ରଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ମନମରା କରିଦେଇଛି।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!