ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ।

ରାୟଗଡା ଜିଲ୍ଲାର ଟିକିରି ଅଞ୍ଚଳରେ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ଆଜି କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରାଯାଇଛି।ଉତ୍କଳ ଆଲୁମିନା ସିଏସଆର ତରଫରୁ ଆୟୋଜିତ ଏହି ଶିବିରର ଉଦ୍ଦେଶ୍ୟ — ସ୍ଥାନୀୟ କିଶୋରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ଓ ସୁରକ୍ଷା ସଚେତନତା ଗଢି ତୋଳିବା।ଉକ୍ତ ଉଦଘାଟନୀ ସଭାରେ ଏସଡିପିଓ ଶ୍ରୀ ଗୌରହରି ସାହୁ, ଟିକିରି ଥାନା ଅଧିକାରୀ ଶ୍ରୀମତୀ ବିଶ୍ୱବନ୍ଦିନୀ ବାଗ୍, ଦୋରାଗୁଡ଼ା ଥାନା ଅଧିକାରୀ ଶ୍ରୀମତୀ କିରଣ ସାମଲ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଉଗ୍ରସେନ ନାଏକ, ସିଏସଆର ଏଫ୍‌ଏଚ୍‌ ଶ୍ରୀମତୀ ଲୋପମୁଦ୍ରା ମିଶ୍ର ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବକୁଳାରାଣୀ ଦାସ ଉପସ୍ଥିତ ଥିଲେ।

ପ୍ରଥମ ପର୍ଯ୍ୟାୟରେ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି ଶିବିରରେ ଆଗାମୀ ଦିନରେ କାଶୀପୁର ବ୍ଲକର ୫ଟି ବିଦ୍ୟାଳୟର ୫୦୦ କିଶୋରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯିବ।ଏହି ଶିବିରରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକମାନେ କିଶୋରୀମାନଙ୍କୁ କାରାଟେ, ତାଇକୋଣ୍ଡୋ ଓ ୱୁସୁ ଭଳି ଯୁଦ୍ଧକଳାର ମୂଳ ଦକ୍ଷତା ଶିଖାଇବେ।ଏସଡିପିଓ ଶ୍ରୀ ଗୌରହରି ସାହୁ ଏହି ଅବସରରେ କହିଛନ୍ତି ଯେ, ଆତ୍ମରକ୍ଷା କେବଳ ଶାରୀରିକ ନୁହେଁ, ବରଂ ସାଇବର ଜଗତରେ ମଧ୍ୟ ସୁରକ୍ଷିତ ରହିବା ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶ।

ଏହି ଅବସରରେ ପ୍ଲାଣ୍ଟ ସିଏସଆର ମୁଖ୍ୟ ଶ୍ରୀ ଦିଗନ୍ତ ମହାନ୍ତି, ସିଏସଆର ଟିମ୍ ସଦସ୍ୟ ଶ୍ରୀ ରୂପେନ ପଟ୍ଟନାୟକ, ଶ୍ରୀମତୀ ସତ୍ୟଭାମା ନାୟକ ଓ ଗାର୍ଡେନ ଏନଜିଓ ନିର୍ଦ୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।ଉତ୍କଳ ଆଲୁମିନାର ଏହି ଉଦ୍ୟମ ନିଶ୍ଚୟ ଭାବେ କାଶୀପୁର ଅଞ୍ଚଳର କିଶୋରୀମାନଙ୍କୁ ସୁରକ୍ଷିତ ଓ ସଶକ୍ତ ନାରୀ ଭାବେ ଗଢି ତୋଳିବା ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

Leave a Reply

Your email address will not be published. Required fields are marked *

error: Content is protected !!