
ରାୟଗଡା ପୋଲିସ୍ ଟିମ୍ ରାଜ୍ୟସ୍ତରୀୟ ପୋଲିସ୍ ଡିଉଟି ମିଟ୍–୨୦୨୫ ରେ ଶ୍ରେଷ୍ଠ ପ୍ରଦର୍ଶନ କରି “ଶ୍ରୀ କ୍ଷେତ୍ରମୋହନ ବିଶ୍ୱାଳ ଚ୍ୟାମ୍ପିଅନ୍ସିପ୍ ଶିଲ୍ଡ” ସହିତ ରୁ. ୨୫,୦୦୦/- ନଗଦ ପୁରସ୍କାର ଜିତିଛି। ସମଗ୍ର ପ୍ରତିଯୋଗିତାରେ ରାୟଗଡା ପୋଲିସ୍ ଟିମ୍ ୬ଟି ବିଭିନ୍ନ ଇଭେଣ୍ଟ୍ରେ ପୁରସ୍କାର ଅର୍ଜନ କରି ସର୍ବୋତ୍ତମ ଦଳ ଭାବେ ଚିହ୍ନିତ ହୋଇଛି।

ଏହି ଉପଲବ୍ଧି ରାୟଗଡା ପୋଲିସ୍ ପାଇଁ ଗର୍ବର ମୁହୂର୍ତ୍ତ। ଦକ୍ଷିଣ ପଶ୍ଚିମ ରେଞ୍ଜ କୋରାପୁଟର ଡିଆଇଜି ମହୋଦୟ ଏବଂ ଓଡିଶା ପୋଲିସ୍ ସଂଗଠନ ରାୟଗଡା ପୋଲିସ୍ ଟିମ୍ଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନା ଜଣାଇଛନ୍ତି।

ରାୟଗଡା ପୋଲିସ୍ର ଏହି ସଫଳତା ମାନସିକ ଦୃଢତା, ଶିଷ୍ଟାଚାର ଏବଂ ଦଳୀୟ ମନୋଭାବର ଉତ୍କୃଷ୍ଟ ଉଦାହରଣ।ଜୟ ହିନ୍ଦ 🇮🇳ଓଡିଶା ପୋଲିସ୍ ସଂଗଠନ – ରାୟଗଡା।
