‘ୟୁଙ୍ଗ କମ୍ୟୁନିଟି ଚ୍ୟାମ୍ପିଅନ୍ ଅୱାର୍ଡ’ରେ ସମ୍ମାନିତ ହେଲେ ବୋଗିଲି ରାଜେଶ କୁମାର।

ରାୟଗଡା : ରାୟଗଡାର ଯୁବ ସାମାଜସେବୀ ଓ ଡା.ଏ.ପି.ଜେ. ଆବଦୁଲ କଲାମ୍ ଫାଉଣ୍ଡେସନ୍ର ସଂସ୍ଥାପକ, ବୋଗିଲି ରାଜେଶ କୁମାର ନିକଟରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ‘ୟୁଙ୍ଗ କମ୍ୟୁନିଟି ଚ୍ୟାମ୍ପିଅନ୍ ଅୱାର୍ଡ’ ସହିତ ସମ୍ମାନିତ ହୋଇଛନ୍ତି ।ଏହି ପୁରସ୍କାରଟି ନ୍ୟାଶନାଲ୍ ଇଣ୍ଟିଗ୍ରେଟେଡ୍ ଫୋରମ୍ ଅଫ୍ ଆର୍ଟିଷ୍ଟସ୍ ଆଣ୍ଡ୍ ଆକ୍ଟିଭିଷ୍ଟସ୍ (NIFAA) ପକ୍ଷରୁ ସ୍ଥାପନାର 25 ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଦାନ କରାଗଲା ।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଓ କର୍ଣ୍ଣାଲରେ ଆୟୋଜିତ ଉତ୍ସବ ସମାରୋହରେ, ସାମାଜିକ ସେବା, ଶିକ୍ଷା ପ୍ରଚାର ଏବଂ ଯୁବ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକାରିତ କରି, ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ କରାଗଲା । ବୋଗିଲି ରାଜେଶ କୁମାରଙ୍କ ଡା.ଏ ପି ଜେ ଅବଦୁଲ୍ କଲ୍ଲାମ ଫାଉଣ୍ଡେସନ୍, ରାୟଗଡା ଦୀର୍ଘଦିନ ଧରି ସମାଜର ପଛୁଆ ଓ ଅବହେଳିତ ବର୍ଗଙ୍କ ପାଇଁ ସିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ଯୁବ ନେତୃତ୍ୱ ଗଢ଼ି ତୋଳାରେ କାମ କରୁଛି ।

ଏହି ସମ୍ମାନ ପାଇବା ପରେ, ସେ କହିଛନ୍ତି — “ଏହି ପୁରସ୍କାର କେବଳ ମୋର ନୁହେଁ, ଏହା ରାୟଗଡା ଜିଲ୍ଲାର ସମସ୍ତ ଯୁବଙ୍କ ପାଇଁ ପ୍ରେରଣା ।”👉 ଉଲ୍ଲେଖନୀୟ ଯେ, NIFAA ପକ୍ଷରୁ ସାମାଜିକ କ୍ଷେତ୍ରରେ ବିଶିଷ୍ଟ ଅବଦାନ ରଖୁଥିବା କଳାକାର, ସାମାଜସେବୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିବର୍ଷ ଜାତୀୟ ସ୍ତରରେ ସମ୍ମାନିତ କରାଯାଏ ।

Leave a Reply

Your email address will not be published. Required fields are marked *

error: Content is protected !!