ବିଜେପି ରାୟଗଡା ଜିଲ୍ଲା ଯୁବ ସଭାପତି ଦୌଡ଼ରେ B.ଦୁର୍ଗା ପ୍ରସାଦ ଚୌଧୁରୀ @ଛିଣ୍ଟୁ ସହ ତିନି।

ବିଜେପି ରାୟଗଡା ଜିଲ୍ଲା ଯୁବ ସଭାପତି ପଦବୀ ପାଇଁ ହୋଇଥିବା ପ୍ରତିସ୍ପର୍ଦ୍ଧାରେ B.ଦୁର୍ଗା ପ୍ରସାଦ ଚୌଧୁରୀ @Chintu ଙ୍କ ନାମ ମଧ୍ୟ୍ୟ ସାମ୍ନାକୁ ଆସିଛି।ଶ୍ରୀ ଚୌଧୁରୀ ଛାତ୍ରଜୀବନରୁ ରାଜନୀତି ସହିତ ସକ୍ରିୟ ରହି, ABVP ସହିତ ଜଡିତ ଥିଲେ। ପଛଲା ୭ ବର୍ଷ ଧରି ବିଜେପି ର ସୁଦୃଢ଼ କାର୍ଯ୍ୟକର୍ତ୍ତା ଭାବରେ ସେ ଚାଳୁଥିବା କାର୍ଯ୍ୟରେ ଭାଗ ନେଇଆସୁଛନ୍ତି।ରାୟଗଡା ନଗର ବିଜେପି ଯୁବ ମୋର୍ଚ୍ଚା ସଭାପତି ଭାବେ ପୂର୍ବରୁ ଦାୟିତ୍ୱ ପାଳନ କରିଥିବା ସହିତ, ସେ ଶୁଣ୍ଢୀ ସମାଜର ଜିଲ୍ଲା ଯୁବ ସଭାପତି ଭାବେ ମଧ୍ୟ କାମ କରିଛନ୍ତି। ବର୍ତ୍ତମାନ ସେ “ମିଶନ କୋରାପୁଟ – କଂଗ୍ରେସ ହଟାଓ, କୋରାପୁଟ ବଚାଓ” ନାରା ଧରି ଗାଁଗାଁରେ ବିଜେପି ପାଇଁ ପ୍ରଚାର କରୁଛନ୍ତି।ରାୟଗଡା ଓ କୋରାପୁଟ ଜିଲ୍ଲାରେ ତାଙ୍କର ସୁଦୃଢ଼ ସଂଗଠନ, ଲୋକଙ୍କ ସହିତ ସମ୍ପର୍କ, ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ସମନ୍ୱୟତାକୁ ଦଳୀୟ ନେତୃତ୍ୱ ପସନ୍ଦ କରୁଛି।ବିଜେପି କାର୍ଯ୍ୟକର୍ତ୍ତା ଓ ଜିଲ୍ଲାବାସୀଙ୍କ ମତ, ଯଦି B.ଦୁର୍ଗା ପ୍ରସାଦ ଚୌଧୁରୀଙ୍କୁ ଯୁବ ମୋର୍ଚ୍ଚା ରୋ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଏ, ତେବେ ସଂଗଠନ ଆଉ ମଜବୁତ ହେବ।ଏହି ବିଷୟରେ ପଚାରିଲେ, ଶ୍ରୀ ଚୌଧୁରୀ କହିଛନ୍ତି – “ଦଳ ଯାହା ନିଷ୍ପତ୍ତି ନେବ, ଓ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଯାହା କହିବେ, ସେହିଥିରେ ମୁଁ ଅଟଳ ରହିବି।”ତାଙ୍କ ବିପକ୍ଷରେ ପ୍ରତିସ୍ପର୍ଦ୍ଧୀ ଭାବେ ପୂର୍ବତନ J.K. ପୁର ମଣ୍ଡଳ ସଭାପତି ତରୁଣ ଗରଡିଆ, ସାନ୍ତୁନୁ ଶୁଭୁଦ୍ଧି, ଓ ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଉମେଶ ଖୋସଲା ସହିତ ଅନ୍ୟାନ୍ୟ ଯୁବକମାନେ ମଧ୍ୟ ଦୌଡରେ ରହିଛନ୍ତି।👉 ଏବେ ସବୁଙ୍କ ଦୃଷ୍ଟି ବିଜେପି ନେତୃବୃନ୍ଦ ଓ ଜିଲ୍ଲା ସଭାପତିଙ୍କ ନିଷ୍ପତ୍ତି ଉପରେ, କାହାକୁ ରାୟଗଡା ବିଜେପି ଯୁବ ସଭାପତି ପଦବୀରେ ବସାଯାଇବ – ସେଥିରେ ସମସ୍ତଙ୍କ ଆଗ୍ରହ।

Leave a Reply

Your email address will not be published. Required fields are marked *

error: Content is protected !!