

ରାୟଗଡ଼ା : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୨୧୯୪୭, ତାରିଖ ୧୬/୯/୨୦୨୫ ଅନୁସାରେ ରାୟଗଡ଼ ପୌର ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ “ସ୍ବଚ୍ଛତା ହିଁ ସେବା – ୨୦୨୫” ସଚେତନତା କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ।କାର୍ଯ୍ୟକ୍ରମ ଅଧୀନରେ ପରିମଳ ଓ ସ୍ବଚ୍ଛତା ବଜାୟ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଆୟୋଜିତ ହେବ। ଆଜି ସକାଳ ୮ଟାରେ ୱାର୍ଡ ନମ୍ବର ୩ ରେ ନୂତନଭାବେ ନିର୍ମିତ “ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର” ଠାରେ “ଏକ ପେଡ଼ ମା’ କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି ନିଜ ହସ୍ତରେ ବୃକ୍ଷରୋପଣ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଡୁଡ଼ା ରାୟଗଡ଼ ଶ୍ରୀ ଅଖୟ କୁମାର ଖେମୁଣ୍ଡ, ରାୟଗଡ଼ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ପୌର ଉପାଧ୍ୟକ୍ଷା, ପାରିଷଦବର୍ଗ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ମହିଳା ମହାବିଦ୍ୟାଳୟର ଛାତ୍ରୀବୃନ୍ଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ଥିଲେ।
