ରାୟଗଡ଼ା ପୌରାଞ୍ଚଳରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ।

ରାୟଗଡ଼ା, ୦୭/୦୯ – ରାୟଗଡ଼ା ପୌରାଞ୍ଚଳର ସମସ୍ତ ଦୋକାନୀ ଏବଂ ବାଣିଜିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ କରିବାକୁ ପୌର ପ୍ରଶାସନ କଡାକଡି ଭାବେ ପଦକ୍ଷେପ ନେଇଛି ।ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପତ୍ରାନୁସାରେ, ସମସ୍ତ ସାଇନବୋର୍ଡର ଅନୁନ୍ୟ ୬୦ ପ୍ରତିଶତ ଭାଗ ଓଡ଼ିଆ ଭାଷାରେ ଲିଖିବା ଆବଶ୍ୟକ କରାଯାଇଛି । ଏହି ନିୟମ ଅନୁସରଣ କଲେ, ବ୍ୟବସାୟୀମାନଙ୍କୁ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ୫୦ ପ୍ରତିଶତ ରିହାତି ମିଳିବ ।

ପୌର ପରିଷଦ ପକ୍ଷରୁ ମାଇକ ଯୋଗେ ସଚେତନତା ପ୍ରଚାର କରାଯାଉଛି ଓ ଏନଫୋର୍ସମେଣ୍ଟ ଟିମ୍‌ ଦ୍ୱାରା ପ୍ରତ୍ୟେକ ପ୍ରତିଷ୍ଠାନକୁ ସଚେତନ କରାଯାଉଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର କହିଛନ୍ତି।ଏହି ନିୟମକୁ ଅନୁସରଣ ନକରୁଥିବା ପ୍ରତିଷ୍ଠାନମାନଙ୍କୁ ୩୦ ସେପ୍ଟେମ୍ବର ୨୦୨୫ ପରେ ପ୍ରତିଦିନ ୫୦୦ ଟଙ୍କା ହିସାବରେ ଜରିମାନା ଆଦାୟ କରାଯିବ ।ପୌରାଧକ୍ଷ ଶ୍ରୀ ପି. ମହେଶ ପଟନାୟକ ସମସ୍ତ ବ୍ୟବସାୟୀଙ୍କୁ ଯଥାଶୀଘ୍ର ଓଡ଼ିଆରେ ନାମଫଳକ ପ୍ରୟୋଗ କରିବାକୁ ଅପିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!