
ରାୟଗଡା/ଗୁଣପୁର, ୨୬ ଅଗଷ୍ଟ –ରାୟଗଡା ଜିଲ୍ଲା ପରିବହନ ବିଭାଗ ତରଫରୁ ଗୁଣପୁର ବାଇପାସ ଛକ ଓ କଲେଜ ସମ୍ମୁଖରେ ଆଜି ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୮ ବର୍ଷରୁ କମ ବୟସର ପିଲାମାନେ ଗାଡି ଚଳାଇବାକୁ ନଦେବା ପାଇଁ ଅଭିଭାବକଙ୍କୁ ସଚେତନ କରାଯାଇଥିଲା ।ପିଲାଙ୍କୁ ଗାଡି ଦେଲେ ଭୁଲର ଦାୟିତ୍ୱ ଅଭିଭାବକଙ୍କୁ ବୋହିବାକୁ ପଡିବ ବୋଲି ପରିବହନ ବିଭାଗ ସତର୍କ କରିଛି । ବିନା ଲାଇସେନ୍ସ, ବିନା ହେଲମେଟ, ଦ୍ରୁତଗତିରେ ଗାଡି ଚଳାଇବା ଓ ଏକାଧିକଙ୍କୁ ବସାଇ ଯିବାକୁ ନେଇ ବିଶେଷ କଠୋରତା ଦେଖାଯାଇଛି ।

ଏହି କାର୍ଯ୍ୟକ୍ରମରେ ୨୮ ଜଣଙ୍କ ବିରୋଧରେ ଚାଲାଣ କଟାଯାଇ ୧,୬୩,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଡକାଯାଇ ସଚେତନ କରାଯାଇଥିଲା ।ରାୟଗଡା ଏମଭିଆଇ ପି. ଦୁର୍ଗାପ୍ରସାଦ ରାଓ କହିଛନ୍ତି, “ଦୁର୍ଘଟଣାକୁ ଏଡାଇବା ପାଇଁ ପରିବହନ ବିଭାଗ ଆଗାମୀଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ।”👉 ଆଜିର କାର୍ଯ୍ୟକ୍ରମରେ ରାୟଗଡ ସଦର ଏମଭିଆଇ, ବିଭାଗୀୟ କର୍ମଚାରୀ ଓ ଗୁଣପୁର ଆଦର୍ଶ ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
