ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସରେ ରାୟଗଡ ପୌରପରିଷଦର ପ୍ରତିଯୋଗିତା।

ରାୟଗଡ, 25 ଅଗଷ୍ଟ –ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାୟଗଡ ପୌରପରିଷଦ ତରଫରୁ ଆଜି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସହର ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର କନିଷ୍ଠ ଓ ବିରିଷ୍ଟ ଗ୍ରୁପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କ୍ରମଶଃ କନ୍ଫରେନ୍ସ ହଲ, ଅଡିଟୋରିୟମ ଓ କୃଷ୍ଣଚନ୍ଦ୍ର ନଗର ଭବନରେ ଆୟୋଜିତ ହୋଇଥିଲା।

ଛାତ୍ରଛାତ୍ରୀଙ୍କ ମନରେ ସ୍ବଚ୍ଛତା ପ୍ରତି ସଚେତନତା, ନିଷ୍ଠା ଓ ଦେଶପ୍ରେମର ଭାବନା ଜାଗ୍ରୁତ କରିବାକୁ ଏହି ପ୍ରତିଯୋଗିତାଗୁଡ଼ିକ ଆୟୋଜନ କରାଯାଇଥିଲା। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଚିହ୍ନଟ କରାଯାଇଥିବାବେଳେ ସମସ୍ତ ପ୍ରତିଭାଗୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବ।

ଏହି ବର୍ଷର ସ୍ବାୟତ୍ତ ଶାସନ ଦିବସକୁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ ରାୟଗଡ ପୌରପରିଷଦ ବିଶେଷ ଉତ୍ସାହ ଓ ଉଲ୍ଲାସ ସହ ପାଳନ କରୁଛି।

Leave a Reply

Your email address will not be published. Required fields are marked *

error: Content is protected !!