ମେଗା ପ୍ଲାଣ୍ଟେସନ୍ କାର୍ଯ୍ୟକ୍ରମ।

ରାୟଗଡା ୨୦/୦୭/୨୫: ପରିବେଶ ସୁରକ୍ଷା ଏବଂ ହରିତ ପରିବେଶ ପ୍ରତି ଜଣସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଲାୟନ୍ସ କ୍ଲବ୍ ରାୟଗଡା ଅପରାଜିତା ତରଫରୁ ଏକ ମେଗା ପ୍ଲାଣ୍ଟେସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। CRPF ବ୍ୟାରାକ୍, ରାୟଗଡାରେ 4ଥ ବ୍ୟାଟାଲିଅନ୍ (CRPF) ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ୧୦୦ ରୁ ଅଧିକ ଗଛ ରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମର ଅଭିନବ ନେତୃତ୍ୱ ଦେଇଥିଲେ Acting President କୋରଡା ରାଜିତା, President ଜି. ରାମକୃଷ୍ଣ, Secretary ବି. ଅବନ୍ତି ଓ Treasurer ପି. କଳ୍ୟାଣୀ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ CRPF କମାଣ୍ଡାଣ୍ଟ ଫିରୋଜ କୁଜୁର, 2nd-in-Commandant ପ୍ରଭାକର ଉପାଧ୍ୟା, ସଂଜୟ କୁମାର ରାଉତ, Deputy Commandant ଏମ୍. ସିଂହ, ଓ Medical Officer ଡା. ଚନ୍ଦ୍ରଶେଖର ପଟେଲ। ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଗଣ୍ୟମାନ୍ୟଙ୍କ ମଧ୍ୟରେ LN. T. ଜୟରାମ୍, ଭି. ଭାସ୍କରରାଓ, ପ୍ରଣନ୍ନକର ଗଣ୍ଟାୟତ୍, ଏସ୍. ବି. ପଥୀ ଓ ଡ଼ା. ଦୁଖୀ ଶ୍ୟାମ ଦାସ୍ ଅଛନ୍ତି।

ପ୍ରତିଷ୍ଠିତ ଲାୟନ୍ସ କ୍ଲବ ଓ CRPF ମିଶି ଏହି ପ୍ରୟାସ ମାଧ୍ୟମରେ ଜନସାଧାରଣ ମଧ୍ୟରେ ପରିବେଶ ପ୍ରତି ସଚେତନତା ଓ ଦାୟିତ୍ୱ ବୁଧିର ଉଦ୍ଦେଶ୍ୟକୁ ଗଭୀର କରିଛନ୍ତି। ପରିବେଶକୁ ବଞ୍ଚାନ୍ତୁ, ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ – ଏହି ମନ୍ତ୍ର ସହିତ ଏହି ଅଭିଯାନ ଏକ ଅନୁକରଣୀୟ ପଦକ୍ଷେପ ରୂପେ ପ୍ରତିଷ୍ଠା ପାଇଛି।

Leave a Reply

Your email address will not be published. Required fields are marked *

error: Content is protected !!