ଆମ୍ବୋଧଳା ପୋଲିସଙ୍କ ଦ୍ୱାରା ବିଦେଶୀ ମଦ ଜବତ, ଗିରଫ ୧।

ରାୟଗଡା / ଅମ୍ବାଧ୍ୟଳା : ଅମ୍ବାଧ୍ୟଳା ଥାନା ପୋଲିସ ଏକ ବିଶେଷ ଅଭିଯାନରେ ଏକ ମଦ ବିରୋଧୀ କେସ୍ ସନ୍ଧାନ କରିଛନ୍ତି । ଏହି ଅଭିଯାନରେ ପୋଲିସ ୧୦୧.୪୫୫ ଲିଟର ବିଦେଶୀ ମଦ ଜବତ କରିଛି ଏବଂ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ଘଟଣା ଅମ୍ବାଧ୍ୟଳା ଥାନା କେସ୍ ନଂ-୧୫୮/୨୫ ଅନୁଯାୟୀ ଓଡ଼ିଶା ଆବକାଶ ଆଇନ ଧାରା ୫୨(ଏ) ଅଧୀନରେ ରୁଜୁ କରାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଆଦାଲତରେ ପେଶ କରାଯିବ ବୋଲି ସୂଚନା ମିଳିଛି। ଏହି ସଫଳତା ପାଇଁ ଅମ୍ବାଧ୍ୟଳା ପୋଲିସ ତାଙ୍କର ଦୃଢ଼ ମନୋବଳ ଓ କାର୍ଯ୍ୟଦକ୍ଷତା ପ୍ରମାଣ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!