ବିକାଶ ମେଳା ୨୦୨୪ ଅବସରରେ ଗଣଦୌଡ଼ ଜରିଆରେ ସ୍ୱାସ୍ଥ୍ୟ ଓ ସଚେତନତା ଅଭିଯାନ।

ରାୟଗଡା ୨୦ ଜୁନ୍ ୨୦୨୪ରେ ରାୟଗଡା ଜିଲ୍ଲା ପ୍ରଶାସନ, ଦ୍ୱାରା ବିକାଶ ମେଳା ୨୦୨୪ ଅବସରରେ ଗଣଦୌଡ଼କାର୍ଯ୍ୟକ୍ରମ ଆୟୋଜିତ ହେଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ, ଯୋଗ ଓ ଫିଟ୍ନେସ୍ ବାବଦରେ ସଚେତନ କରିବା।

ରାୟଗଡା ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛି। “ଏକ ପ୍ରୟାସ, ଏକ ସଫଳତା” ନାମକ ସ୍ଲୋଗାନ୍ ନିମ୍ନେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ , ଧ୍ୟାନ ଓ ଦୌଡ଼ ପ୍ରତିଯୋଗିତା ଉପସ୍ଥାପିତ ହୋଇଥିଲା।ସାଇ ଇଣ୍ଟରନ୍ୟାସନାଲ ଛକ ଠାରୁ ମା ତାରିଣୀ ମନ୍ଦିର (କୋଟଲାଗୁଡା) ଛକି ପର୍ଯ୍ୟନ୍ତ ଏହି ବିକାଶ ମେଳାର ଗଣଦୌଡ଼ କାର୍ଯ୍ୟକ୍ରମ। ଏହି ଉଦ୍ୟମ ଦ୍ୱାରା ଜନସାଧାରଣ ମଧ୍ୟରେ ଗଭୀର ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ଅଭିଯାନକୁ ସାର୍ବଜନୀନ ରୂପ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ବୃହତ୍ ପ୍ରାଚାର ଓ ସଫଳତା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!