
ଆଜି ସକାଳେ ରାଉରକେଲା ବନ୍ଧମୁଣ୍ଡା ରେଳ ସେକ୍ଟର-ଏ ଅଞ୍ଚଳରେ ଏକ ଅନୁପମ ଦୃଶ୍ୟ ଦେଖିବାକୁ ମିଳିଲା। ଟ୍ରେନ ଟ୍ରାକ୍ରେ ପାର ହେଉଥିବା ୧୪ ଟିକିଆ ହାତୀପଲ ଦେଖି ଟ୍ରେନକୁ ଅଧ ଘଣ୍ଟା ଧରି ଅଟକାଇ ରଖିଥିଲେ ଟ୍ରେନ ଚାଳକ। ଲାଇନ କ୍ଲିୟାର୍ ହେବା ପର୍ଯ୍ୟନ୍ତ ଟ୍ରେନ ଚାଲିବାକୁ ଅନୁମତି ଦିଆଯାଇନଥିଲା। ଏହି ଅଭିନବ ପଦକ୍ଷେପ ଫଳରେ ହାତୀ ମାନଙ୍କର ଜୀବନ ରକ୍ଷା ପାଇଲା।

ଅନେକ ସମୟ ହାତୀପଲ ରେଳ ଦୁର୍ଘଟଣାରେ ପ୍ରାଣ ହାରାଉଛନ୍ତି। ତେବେ ଏହି ମେଳାନୀତି ଓ ସତର୍କତା ମାନବ ଓ ପ୍ରାଣୀ ବନ୍ଧୁତ୍ୱର ଏକ ଦୃଷ୍ଟନ୍ତ ସୃଷ୍ଟି କରିଛି।ରେଳ ଅଧିକାରୀ ଓ ଚାଳକଙ୍କ ଦ୍ୱାରା ନିଆଯାଇଥିବା ଏହି ସତର୍କ ପଦକ୍ଷେପ ପ୍ରଶଂସନୀୟ।
