ରଥଯାତ୍ରା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସଫା ସୁଥଳ ରାସ୍ତା ପାଇଁ ଉଠା ଦୋକାନୀ ଙ୍କୁ ଖାଲି କରିବା ନିର୍ଦ୍ଦେଶ।

oplus_8650752
oplus_8650752

ରାୟଗଡା: ଆସନ୍ତା ରଥଯାତ୍ରା କାର୍ଯ୍ୟକ୍ରମକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଉଦ୍ଦେଶ୍ୟରେ, ରାୟଗଡା ପୌର ପରିଷଦ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ରାୟଗଡା ବଡ ଦାଣ୍ଡ ରେ ଅବସ୍ଥିତ ଉଠା ଦୋକାନଗୁଡ଼ିକୁ ରାସ୍ତା ଖାଲି କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।ପୌର ପରିଷଦ ଅଧିକାରୀ ମାନେ କହିଛନ୍ତି ଯେ, ରଥ ଯାତ୍ରା ସମୟରେ ଭିଡ଼ ଓ ଯାତାୟାତ ଚାପ ବଢ଼ିଥାଏ, ଯାହାର ଫଳରେ ଅନେକ ସମୟ ଅସୁବିଧା ସୃଷ୍ଟି ହୁଏ। ଏହିପରି ପରିସ୍ଥିତିକୁ ରୋକିବା ପାଇଁ ଓ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ରାୟଗଡା ବଡ ଦାଣ୍ଡ ରେ ଅସ୍ଥାୟୀ ଭାବରେ ବ୍ୟବସାୟ କରୁଥିବା ଉଠା ଦୋକାନୀ ମାନଙ୍କୁ ଶୀଘ୍ର ତାଙ୍କର ସାମଗ୍ରୀ ସଂଗ୍ରହ କରିବା ପାଇଁ ଅନୁରୋଧ କରାଯାଇଛି।ପୌର ପରିଷଦ ସୂଚନା ଅନୁଯାୟୀ, ଏହି ନିଷ୍ପତି ରଥଯାତ୍ରା ଦିନରେ ଯାତାୟାତ ଚାଳୁ ରଖିବା, ସୁରକ୍ଷା ବ୍ୟବସ୍ଥା ଯଥାଥା ରହିବା ଓ ଶୃଙ୍ଖଳା ରଖିବା ନିମିତ୍ତରେ ଗ୍ରହଣ କରାଯାଇଛି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାସ୍ତା ଖାଲି ନ ହେଲେ ବୈଧ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସଚେତନ କରାଯାଇଛି।

oplus_8650752

Leave a Reply

Your email address will not be published. Required fields are marked *

error: Content is protected !!