ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର।

ମୁନିଗୁଡା/ରାୟଗଡ:- ତା. ୨୭-୦୫-୨୦୨୫ରିଖ ମୁନିଗୁଡା ବ୍ଲକ କାର୍ଯ୍ୟାଳୟର ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ପାରୁଲ ପଟlୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହତା, ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ସିଡିଏମଓ ପ୍ରଫୁଲ୍ଲ କୁମାର ପାଢ଼ୀ ଯୋଗଦେଇ ଅଭିଯୋଗର ଶୁଣାଣୀ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁନିଗୁଡାଙ୍କ ତତ୍ୱାବଧାନ ରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଜି ମୋଟ ୪୪ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୩୦ଟି ବ୍ୟକ୍ତିଗତ, ୧୨ଟି ସାମୁହିକ, ଦୁଇଟି ସ୍ବାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିବା ବେଳେ ଜଣଙ୍କୁ ୫୦୦୦ହିସାବରେ ଦୁଇ ଜଣଙ୍କୁ ଦଶ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା । ପାଞ୍ଚଟି ଦରଖାସ୍ତର ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା ।ଏହି ଅଭିଯୋଗ ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ ଓ ମୁନିଗୁଡା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଆଦି ଯୋଗଦାନ କରି ଅଭିଯୋଗ ମାନ ଶୁଣାଣୀ କରିଥିଲେ l ସହକାରି ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ସସ୍ମିତା ପଟ୍ଟନାୟକ, ଅଭିଯୋଗ ଶୁଣାଣି ସହାୟକ ଅଚ୍ୟୁତାନନ୍ଦ ଲିମା ଶିବିର ପରିଚାଳନା କରିଥିବା ବେଳେ ମୁନିଗୁଡାଥାନା ଅଧିକାରୀ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!