
ରାୟଗଡା ଜିଲ୍ଲା ମୁଖ୍ୟାଳୟର ମୁଖ୍ୟ ବଜାରରେ ଥିବା ଏକ ସୁନା ଦୋକାନକୁ ନେଇ ବର୍ତ୍ତମାନ ସାଧାରଣ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ପାଞ୍ଚ ବର୍ଷ ଧରି “ଶ୍ରୀ ଜୁଏଲର୍ସ” ନାମରେ ଚାଲୁଥିବା ଏହି ଦୋକାନର ସାଇନ୍ ବୋର୍ଡ ଉପରେ ହଠାତ୍ ନୂତନ ଭାବେ “ଶ୍ରୀ ହଲମାର୍କ ଜୁଏଲର୍ସ” ନାମ ଯୋଡ଼ାଯାଇଛି।ଏକେ ସାଇନ୍ ବୋର୍ଡରେ ଦୁଇଟି ଭିନ୍ନ ନାମ ଦେଖାଯାଇଥିବାରୁ ଗ୍ରାହକ ଓ ସ୍ଥାନୀୟ ବ୍ୟବସାୟୀମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏହା କି ନିୟମାନୁସାରେ ହେଉଛି କିମ୍ବା କୌଣସି ପ୍ରକାରର ଭ୍ରମ ସୃଷ୍ଟି କରାଯାଉଛି ବୋଲି ପ୍ରଶ୍ନ ଉଠୁଛି।

ସ୍ଥାନୀୟ ଲୋକମାନଙ୍କ ମତାମତ ଅନୁସାରେ, ଏଭଳି ଦୁଇଟି ନାମ ଦେଇ ବ୍ୟବସାୟ କରିବା ମାଧ୍ୟମରେ କର (GST) ଓ ଆୟକର ସମ୍ବନ୍ଧୀୟ କୌଣସି ଅନିୟମିତତା ହେଉଥିବା ସନ୍ଦେହ ବ୍ୟକ୍ତ ହେଉଛି।ଏହି ଘଟଣାକୁ ନେଇ ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଯଦି କୌଣସି ଅନିୟମିତତା ରହିଛି, ତେବେ ସମ୍ପର୍କିତ ବିଭାଗ — GST ଓ ଆୟକର ବିଭାଗ — କାହିଁକି ଏପର୍ଯ୍ୟନ୍ତ ନିରବ ରହିଛନ୍ତି?ତେବେ, ଏହା ସତ୍ୟ କିମ୍ବା କେବଳ ଗୁଜବ, ତାହାର ସଠିକ୍ ତଦନ୍ତ ଆବଶ୍ୟକ ବୋଲି ସାଧାରଣ ଲୋକ ଦାବି କରୁଛନ୍ତି। ସମ୍ପର୍କିତ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ସହ କଣ୍ଠଧରି ତଦନ୍ତ କରିବାକୁ ଦାବି ହେଉଛି।
