କୋଡୀଙ୍ଗାମାଳିରେ ବେଦାନ୍ତ ର ପ୍ରସ୍ତାବିତ ଖନନକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ।

କୋରାପୁଟ: କୋଡୀଙ୍ଗାମାଳିରେ ବେଦାନ୍ତ କମ୍ପାନୀଙ୍କ ଖନନ ପ୍ରସ୍ତାବକୁ ନେଇ ପୁଣିଥରେ ଅସନ୍ତୋଷର ସ୍ୱର ଉଠିଛି । “ଆଉ ବେଦାନ୍ତ ର ମନମାନି ଚଳିବ ନାହିଁ” — ଏହି ସ୍ଲୋଗାନ୍ ସହିତ ସ୍ଥାନୀୟ ଲୋକଙ୍କର ପ୍ରତିବାଦ ଆଜି କୋରାପୁଟ ଜିଲ୍ଲାପାଳଙ୍କୁ ପହଞ୍ଚିଛି ।ଗ୍ରାମବାସୀଙ୍କ କହିବା ଅନୁସାରେ, କୋଡୀଙ୍ଗାମାଳି ପର୍ବତ ସେମାନଙ୍କ ପାଇଁ କେବଳ ପ୍ରାକୃତିକ ସମ୍ପଦ ନୁହେଁ, ବରଂ ସଂସ୍କୃତି, ଧର୍ମ, ଓ ଜୀବିକାର ମୂଳ ଆଧାର । “ଏହାରୁ ଖାଲି ମାଟି ନେଇଗଲେ, ଆଦିତ୍ୟ ବିର୍ଲା ଗୋଷ୍ଠୀଙ୍କର ଭବିଷ୍ୟତ୍ ଅନ୍ଧାର ହେବା ସହିତ, ଆମର ଜୀବନରେ ମଧ୍ୟ ଅନ୍ଧାର ଘନିବ” — ବୋଲି ଗ୍ରାମବାସୀମାନେ ସପଷ୍ଟ କରିଛନ୍ତି

ଅଞ୍ଚଳବାସୀଙ୍କ ଅଭିଯୋଗ, ଜନଶୁଣାଣୀର ନାମରେ ସ୍ଥାନୀୟ ଲୋକଙ୍କ ମତାମତକୁ ଅଣଦେଖା କରାଯାଉଛି । ପର୍ବତ, ଜଙ୍ଗଲ, ଝରଣା, ପ୍ରାଣୀଜଗତ ଓ ପାରମ୍ପରିକ ଜୀବନଧାରା — ସବୁକିଛି ବେଦାନ୍ତଙ୍କ ଖନନରେ ବିନାଶ ପଥରେ ପଡ଼ିବାର ଆଶଙ୍କା ପ୍ରକାଶ କରିଛନ୍ତି ।ଜିଲ୍ଲାପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ସ୍ଥାନୀୟ ଲୋକମାନେ ସ୍ପଷ୍ଟ କରିଛନ୍ତି, “କୋଡୀଙ୍ଗାମାଳିରେ ବେଦାନ୍ତଙ୍କୁ ଖନନ ଅଧିକାର ଦେଲେ, ଆମେ ରାସ୍ତାକୁ ନାମିବାକୁ ବାଧ୍ୟ ହେବୁ ।”ସମାଜର ବିଭିନ୍ନ ଶ୍ରେଣୀ — କୃଷକ, ମହିଳା, ଯୁବକ, ଛାତ୍ରଛାତ୍ରୀ, ସାମାଜିକ ସଙ୍ଗଠନ — ସମସ୍ତେ ଏକତାର ସ୍ୱର ଉଠାଇଛନ୍ତି ଯେ, କୋଡୀଙ୍ଗାମାଳିରେ ପ୍ରାକୃତିକ ସମ୍ପଦ, ପାଣି ଓ ପରିବେଶକୁ ରକ୍ଷା କରିବାକୁ ପ୍ରଥମେ ଜନତାଙ୍କର ସ୍ୱାର୍ଥ ଦେଖାଯିବା ଉଚିତ

👉 ସ୍ଥାନୀୟଙ୍କ ଆହ୍ୱାନ: “କୋଡୀଙ୍ଗାମାଳି ଆମର ଜୀବନ, ଆମର ସ୍ୱାସ୍ଥ୍ୟ, ଆମର ସଂସ୍କୃତି । ଏହାକୁ ବେଦାନ୍ତଙ୍କୁ ବଳିଦାନ କରିବାକୁ ଆମେ କେବେ ବି ପ୍ରସ୍ତୁତ ନୁହେଁ ।”

Leave a Reply

Your email address will not be published. Required fields are marked *

error: Content is protected !!