
ରାୟଗଡ଼ା: ରାୟଗଡ଼ା ବ୍ଲକର ପେନିକଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଯୋଗାଇଥିବା ଚାଉଳ ବିକ୍ରି ହୋଇଥିବା ଅଭିଯୋଗ ଉଠିଛି। ସୂଚନାନୁଯାଇ ପ୍ରଧାନଶିକ୍ଷକ ପୁରେନ୍ଦ୍ର ପ୍ରଧାନଙ୍କ ଦାୟିତ୍ୱରେ ଥିବା ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହେଉଥିଲା। କିନ୍ତୁ, ଗତକାଲି ଏହି ଗୋଷ୍ଠୀର ଜଣେ ମହିଳା ସଦସ୍ୟଙ୍କ ଘରୁ ୨୫ ବସ୍ତା ଚାଉଳ ଟାଟା ମ୍ୟାଜିକ୍ ଭ୍ୟାନରେ ମିରାବାଲି ଅଞ୍ଚଳକୁ ପଠାଇ ବିକ୍ରି କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ଗ୍ରାମବାସୀମାନଙ୍କ ଅଭିଯୋଗ, ଏପରି କାଣ୍ଡ ପୂର୍ବରୁ ମଧ୍ୟ ଘଟିଥିବା ସନ୍ଦେହ ରହିଛି। ପଚାରା ପଚାରିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅସମ୍ମତିପୂର୍ଣ୍ଣ ଉତ୍ତର ଦେଇଥିବାରୁ ସନ୍ଦେହ ଆରୋହିତ ହୋଇଛି। ପ୍ରଧାନଶିକ୍ଷକଙ୍କୁ ପଚାରିବାରେ ସେ ଛୁଟିରେ ଥିବା କହି କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।ଗ୍ରାମବାସୀମାନେ ଏହି ଘଟଣାକୁ ବିଦ୍ୟାଳୟ ପ୍ରଶାସନ ଓ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ଓ ଦୁର୍ନୀତିର ଉଦାହରଣ ବୋଲି କହି, ତଦନ୍ତ କରି ଦାୟୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।
