
ରାୟଗଡ଼ା ଜିଲ୍ଲାରେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ପୀଡ଼ିତା ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା କରାଯାଇଥିଲେମଧ୍ୟ, ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ ହେଇଛି।

ନ୍ୟାୟ ପାଇବା ପାଇଁ ପୀଡ଼ିତା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ସମଗ୍ର ଘଟଣା ଉପସ୍ଥାପନ କରିଛନ୍ତି। ଏହି ଘଟଣାରୁ ସ୍ଥାନୀୟ ମାନଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି। ଏବେ ପ୍ରଶ୍ନ ଉଠିଛି – ଥାନାରେ ଏତଲା ପରେ ମଧ୍ୟ କାହିଁକି ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ?
