ଜେ.କେ. ପେପର୍‌ ମିଲ୍‌ ଓ ଏଲ୍.ଭି. ପ୍ରସାଦ ଆଖି ଅସ୍ପତାଳ ଦ୍ୱାରା ଚକ୍ଷୁ ଶିବିର।

ରାୟଗଡା, ଓଡିଶା – 26 ଜୁଲାଇ 2025 ପିତେଶ୍‌ ଗ୍ରାମରେ ଜେ.କେ. ପେପର୍‌ ମିଲ୍‌ ତଥା ଏଲ୍.ଭି. ପ୍ରସାଦ ଆଖି ଇନ୍‌ଷ୍ଟିଟ୍ୟୁଟ୍‌ ର ସହଯୋଗରେ ଏକ ଦିନିଆ ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ 59 ଜଣ ଗ୍ରାମବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି।9 ଜଣ କଣ୍ଟିଶୁ କ୍ଲମ୍‌ ରୋଗୀ ଚିହ୍ନଟ5 ଜଣ ଟ୍ରାଇଜେମିନାଲ୍ ନେବ୍ୟୁଲା ରୋଗୀ25 ଜଣ ଦୃଷ୍ଟି ଲୋପ ରୋଗୀ ପ୍ରଥମ ଚରଣରେ 14 ଜଣ ରୋଗୀଙ୍କୁ ଶସ୍ତ୍ରଚିକିତ୍ସା ପାଇଁ ଏଲ୍.ଭି. ପ୍ରସାଦ ଆଖି ଇନ୍‌ଷ୍ଟିଟ୍ୟୁଟକୁ ପଠାଯାଇଛି।25 ଜଣ ଦୃଷ୍ଟି ଲୋପ ଭୋଗି ବ୍ୟକ୍ତିଙ୍କୁ ଚଶ୍ମା ଦିଆଯାଇଛି।ଆଗାମୀ ଚରଣରେ ଶସ୍ତ୍ରଚିକିତ୍ସା ପରେ ରୋଗୀଙ୍କୁ ମଧ୍ୟ ଚଶ୍ମା ପ୍ରଦାନ କରାଯିବ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଜେ.କେ. ପେପର୍‌ ମିଲ୍‌ର ସାମାଜିକ ଦାୟିତ୍ୱ ବିଭାଗ ଅଧିକାରୀ ହରିହର ଖମାରିଙ୍କ ନେତୃତ୍ୱରେ କରାଯାଇଥିଲା।ପିତେଶ୍ ଗ୍ରାମବାସୀମାନେ ଏହି ମାନବିକ ପଦକ୍ଷେପ ପାଇଁ ଜେ.କେ. ପେପର୍ ମିଲ୍ ପ୍ରଶାସନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!