ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ପ୍ରଦାନ।

ରାୟଗଡା, ୧୦/୭୨୦୨୫; ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ମିଳିଛି । ରାଜସ୍ଥାନ ଜୟପୁର ଠାରେ ଆୟୋଜିତ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ)ର ବାର୍ଷିକ କାର୍ଯ୍ୟକ୍ରମରେ ବାଫ୍ଲିମାଳି ବକ୍ସାଇଟ ଖଣିକୁ ବହୁ ପ୍ରତିକ୍ଷିତ ପଞ୍ଚତାରକା ରେଟିଂ ସମ୍ମାନ ପ୍ରଦାନ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ଉତ୍କଳ ଆଲୁମିନା ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନ, ଭୂତତ୍ୱ ମୁଖ୍ୟ କେ.ସି ଜ୍ୟୋତିସିଙ୍କ ସମେତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଅନ୍ୟ ପ୍ରମୁଖ କର୍ମକର୍ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ୨୦୨୩- ୨୦୨୪ ମସିହାରେ ବାଫ୍ଲିମାଳି ଖଣି କଞ୍ଚାମାଲ ଉତ୍ତୋଳନ ଓ ପରିବହନ ପ୍ରକ୍ରିୟାରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବା ସହ ପରିବେଶ ସୁରକ୍ଷା ଓ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଦିଗରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବାରୁ ମର୍ଯ୍ୟାଦା ସମ୍ପନ୍ନ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନ କହିଛନ୍ତି ଯେ, ଏଭଳି ସମ୍ମାନ ଆଗାମୀ ଦିନରେ ବାଫ୍ଲିମାଳି ଖଣି କର୍ମଚାରୀମାନଙ୍କୁ ସମାଜିକ ଓ ପରିବେଶ ସୁରକ୍ଷା ପ୍ରତି ଆହୁରି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ପାଇଁ ଉତ୍ସହ ଯୋଗାଇବ । ଆଗାମୀ ବର୍ଷରେ ସପ୍ତମ ତାରକା ରେଟିଂ ପୁରସ୍କାର ହାସଲ ପାଇଁ ଖଣି ତରଫୁର ସମସ୍ତ ମାନଦଣ୍ଡ ପାଳନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌହାନ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ବାଫ୍ଲିମାଳି ଖଣି ସମେତ ଭୂଷର ଏବଂ ସମରୀ ଖଣିକୁ ମଧ୍ୟ ପଞ୍ଚତାରକା ପୁରସ୍କାର ପ୍ରଦାନ କରାଯାଇଛି । ଯଦ୍ୱାରା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଦାଇତ୍ୱ ସମ୍ପନ୍ନ ସଂସ୍ଥା ଭାବେ ସମସ୍ତ ପରିବେଶ ଓ ସୁରକ୍ଷା ମାନଦଣ୍ଡକୁ ଅନୁସରଣ କରି ଖଣି ଉତ୍ତୋଳନ କରୁଥିବା ପ୍ରତିଫଳନ ହୋଇଛି ।

Leave a Reply

Your email address will not be published. Required fields are marked *

error: Content is protected !!