
ଉପସ୍ଥିତ ସଂଘମାନେ ଅନ୍ୟମଧ୍ୟରେ ପୁର୍ତ୍ ବିଭାଗ, TPSODL, କୃଷି ଓ ଉଦ୍ୟାନ ବିଭାଗ, ମାଛ ଚାଷ ବିଭାଗ, ରାଜସ୍ୱସେବା ସଂଘ, ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘ, ଅମଲା ସଂଘ, ଯନ୍ତ୍ରୀ ସଂଘ, PEO, ଏଡ଼ିଇଓ, ଓ ଜିଆରଏସ ସଂଘ ର କର୍ମଚାରୀ ମାନେ ଥିଲେ।ଏହି ବୈଠକରେ ୩୦ ଜୁନ ୨୦୨୫ ତାରିଖରେ ବିଏମସି କାର୍ଯ୍ୟାଳୟ ରେ ବରିଷ୍ଠ ଓଏଏସ ଅଧିକାରୀ ଶ୍ରୀ ରତ୍ନାକର ସାହୁ ଙ୍କୁ ଲକ୍ଷ୍ୟ କରି ଘଟିଥିବା ମରଣାନ୍ତକ ଓ ବର୍ବୋରୋଚିତ ଆକ୍ରମଣ ଘଟଣାକୁ ଦୁଃଖଜନକ ଓ ଅତ୍ୟନ୍ତ ନିନ୍ଦନୀୟ ବୋଲି ଘୋଷଣା କରାଯାଇଛି।

ସମସ୍ତ ସଂଘମାନେ ଏହାକୁ ନିନ୍ଦା କରି ଏହି ଆକ୍ରମଣ କାରୀ ବିରୁଦ୍ଧରେ କଠିନରୁ କଠିନ କାନୁନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ସେପରି ଏହି ଘଟଣା ସହିତ ସଂପୃକ୍ତ ଅନ୍ୟାନ୍ୟ ଦାବିଗୁଡ଼ିକୁ ତତ୍କାଳ ପୂରଣ କରିବା ପାଇଁ ରାଜ୍ୟ ସରକାର ଙ୍କୁ ଓଏଏସ ସଂଘ ତରଫରୁ ଗଭୀର ଅନୁରୋଧ ଜଣାଇଯାଇଛି। ଏହି ବୈଠକ ଦ୍ୱାରା ଏକତା, ସଂଘଟିତ ପଦକ୍ଷେପ ଓ ନ୍ୟାୟ ପ୍ରତି ବୃହତ ସମର୍ଥନ ଦେଖାଯାଇଛି।
