ବିସ୍ସମକଟକ ହଜରଡଙ୍ଗା ଗ୍ରାମର ଏକ ଯୁବକଙ୍କ ଦୁଃଖଦ ମୃତ୍ୟୁ।

ରାୟଗଡ଼ା ଜିଲ୍ଲା ବିସ୍ସମକଟକ ବ୍ଲକର ହଜରଡଙ୍ଗା ଗ୍ରାମର ୨୨ ବର୍ଷୀୟ ଯୁବକ ରଞ୍ଜନ କୁମାର ସାହୁକାରଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସେ ବିସ୍ସମକଟକ ଅଦାଲତରେ APR କୋର୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଗତରାତି (୧୩-୬-୨୦୨୫) ନିଜ ଘରେ ଏକ ଦୁର୍ଘଟନାତ୍ମକ ବିଦ୍ୟୁତ୍ ଘାତରେ ତାଙ୍କ ମୃତ୍ୟୁ ଘଟିଥିବା କଥା ଜଣାପଡ଼ିଛି। ଘଟଣା ସମୟରେ ଘରେ ଥିବା ବେଳେ ବିଦ୍ୟୁତ ଘାତ ଲାଗି ଗଭୀର ଆହତ ହୋଇଥିଲେ ଓ ତୁରନ୍ତ ଭାବେ ଅସ୍ପତାଳକୁ ନେଇଯିବା ସତ୍ୱେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପୋଲିସ ଦଳ ପହଞ୍ଚି ଆବଶ୍ୟକ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁଃଖଦ ଘଟଣାରେ ଗାଁ ଓ ଅଞ୍ଚଳରେ ଶୋକର ଛାୟା ଅଛି।

Leave a Reply

Your email address will not be published. Required fields are marked *

error: Content is protected !!